ଭୁବନେଶ୍ୱର:୧୮/୫-ସ୍ଥାନୀୟ ୟୁନିଟ-୯ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ବିଶ୍ୱ ମାତୃତ୍ଵ ଦିବସ ଅବସରରେ ସତ୍ୟନଗର ଲେଡିଜ ଫୋରମ ତରଫରୁ ମହିଳା ସଶକ୍ତିକରଣ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଲେଖିକା ତଥା ସାମାଜିକ କର୍ମୀ ଡ. ପ୍ରତିଭା ମହାରଥୀ, ଏଚଡିଏଫସି ବ୍ୟାଙ୍କର ଆଞ୍ଚଳିକ ମାନବ ସମ୍ବଳ ମୁଖ୍ୟ ସ୍ମିତା କୁମାରୀ ଏବଂ ଶୁଶୃତ ହସପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀ ଛିଦାତ୍ମିକା ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ। ଶତାଧିକ ମହିଳାଙ୍କ ଉପସ୍ଥିତିରେ ଅନୁଷ୍ଠିତ ମହିଳା ସଶକ୍ତିକରଣ ଆଲୋଚନା ଚକ୍ରରେ ଆଲୋଚିକା ଭାବେ ସାମ୍ବାଦିକା ମୌସୁମୀ ମହାନ୍ତି, ସମାଜସେବୀ ମନସ୍ମିତା ଜେନା, ରାଜନିତୀଜ୍ଞ ଅନୁଶ୍ରୀ ଦାଶ ଓ ମହିଳା ଉଦ୍ୟୋଗୀ ଜରିନା ମହାନ୍ତି ଯୋଗ ଦେଇଥିଲେ।

ଏହି ଅବସରରେ ଦର୍ଶକଙ୍କୁ ନେଇ ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ସହ ଲେଖିକା ଶୃତିକୀର୍ତ୍ତି ତ୍ରିପାଠୀଙ୍କ ପରିଚାଳନାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ମହିଳା ସମାଜସେବୀ ନିବେଦିତା ଲେଙ୍କା, ଅମୀୟବାଳା ପରିଡ଼ା ଓ କଥାବାଚିକା ପ୍ରାଚୀତାରାଙ୍କୁ ମାତୃ ସମ୍ମାନରେ ସମ୍ମାନିତ କରାଯିବା ଥିଲା କାର୍ଯ୍ୟକ୍ରମର ବିଷେଶ ଆକର୍ଷଣ। କାର୍ଯ୍ୟକ୍ରମ ପ୍ରାରମ୍ଭ ଓ ଶେଷରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଅନୁଷ୍ଠାନର ସଦସ୍ୟା ଶୋଭେଦିତା ରାୟ, ଦିପ୍ତିପ୍ରଭା ରଥ, ଲକ୍ଷ୍ମୀପ୍ରିୟା ମିଶ୍ର, ଉମାରାଣୀ ମିଶ୍ର, ବନ୍ଦନା ଦାସ କାନୁନଗୋ, ଶର୍ମିଷ୍ଠା ରାଉତ, ଗାୟତ୍ରୀ ଦ୍ୱିବେଦୀ, ନୀହାରିକା ମହାପାତ୍ର, ବିଦ୍ୟୁତ ପ୍ରଭା, ସ୍ବର୍ଣ୍ଣ ବାଳା ନାୟକ, ରାନୁ ବାନାର୍ଜୀ, ପ୍ରତିମା ମଣ୍ଡଳ, ଅର୍ଚ୍ଚନା ନାୟକ ଓ ରୀନା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଫୋରମର ସଂଯୋଜିକା ସୁରଭି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।