ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକାଙ୍କୁ ଭେଟିଲେ ସାହିତ୍ୟିକ ସମରେନ୍ଦ୍ର

ଖୋର୍ଦ୍ଧା-୨୮/୯- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ଭେଟିଛନ୍ତି ଖୋର୍ଦ୍ଧା ଅଂଚଳର ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ । ଏହି ଅବସରରେ ଶ୍ରୀ ବଳିୟାରସିଂହ ତାଙ୍କର ‘ସମୟର ସତ୍ୟପାଠ ଓ ମତେ ନାୟିକା କରିନିଅ’ ଦୁଇଟି ବହି ତସଲିମାଙ୍କୁ ଉପହାର ଦେଇଛନ୍ତି । ବହି ଦୁଇଟିକୁ ଆନନ୍ଦର ସହ ଗ୍ରହଣ କରି ସେ ପଢିବେ ବୋଲି କହିଥିଲେ ଖ୍ୟାତିସଂପନ୍ନ ଲେଖିକା ତସଲିମା ନସରିନ।
ଆଲୋଚନା ବେଳେ ସେ ଭଲ ଭାବେ ଓଡ଼ିଆ ବୁଝିପାରନ୍ତି ଏବଂ ଓଡ଼ିଆ କଳା, ସଂସ୍କୃତି, ବେଶ ପୋଷାକ ତାଙ୍କର ବେଶ୍ ପସନ୍ଦ ବୋଲି କହିଛନ୍ତି ତସଲିମା । ସୂଚନାଯୋଗ୍ୟ ଯେ ତସଲିମା ନସରିନଙ୍କର ଲଜ୍ଜା, ଫେରା, ଉତାଳ ପବନ, ଶୋଧ ଆଦି ବହୁ ପୁସ୍ତକ ଓଡ଼ିଆରେ ଅନୁବାଦିତ ହୋଇ ଓଡ଼ିଆ ପାଠକ ମହଲରେ ଆଦୃତ ହୋଇଛି ।